ଜନ୍ମବେଦୀରେ ଶ୍ରୀଜିଉ । ଆଡପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ମିଳିବ ଆଡ଼ପ ଅବଢା । ଅନ୍ୟପଟେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗ ମଣ୍ଡପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । କଳା, ଧଳା, ନାଲି, ହଳଦିଆ, ହରିତାଳ ପ୍ରିୟଙ୍ଗୁ, କସ୍ତୁରୀରେ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି । ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ଦର୍ଶନ ଓ ମହାପ୍ରସାଦ ପାଇବା ନେଇ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଶୃଙ୍ଖଳିତ ରଥଯାତ୍ରା ପରେ ଗୁରୁବାର ଶ୍ରୀବିଗ୍ରହ ମାନଙ୍କ ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଯାଇଥିଲା । ରଥ ଉପରେ ଦୈନଦିନ ନୀତି ଶେଷ ପରେ ଚାରମାଳ ବନ୍ଧାଯାଇ ଦଇତାପତି ଓ ଅନ୍ୟ ସେବକଙ୍କ ଦ୍ବାରା ଜନ୍ମ ବେଦିକୁ ବିଜେ ନୀତି କରାଯାଇଥିଲା ।
Related Posts
କାଲି ଶପଥ ନେବେ ଦେବେନ୍ଦ୍ର ଫଡନାବିସ୍
- User 003
- December 4, 2024
- 0
ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ
- User 003
- December 1, 2024
- 0
ହଠାତ ରାଜରାସ୍ତାରେ ଜଳିଗଲା ବସ୍ !
- Jajati express Reporter
- November 11, 2023
- 0