ପାକିସ୍ତାନରେ ପେ‌ଟ୍ରୋଲ୍‌ ଲିଟର ୩୩୦ ଟଙ୍କା

ପାକିସ୍ତାନର ଦୁର୍ଦ୍ଦିନ: ରାତି ପାହିଲା ବେଳକୁ ପେଟ୍ରୋଲ ୨୬ ଟଙ୍କା ମହଙ୍ଗା

ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଏକ ଲିଟର ପେ‌ଟ୍ରୋଲ୍‌ କିଣିବା ଲାଗି ଲୋକମାନଙ୍କୁ ୩୩୦ ପାକିସ୍ତାନୀ ଟଙ୍କାରୁ ଅଧିକ ଗଣିବାକୁ ପଡ଼ୁଛି। ଡିଜେଲ୍ ଦାମ୍ ମଧ୍ୟ ୩୨୫ ପାକିସ୍ତାନୀ ଟଙ୍କାରୁ ଅଧିକ ହୋଇଛି। ପ୍ରଥମ ଥର ପାଇଁ ପାକିସ୍ତାନରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍‌ ଏତେ ଅଧିକ ହୋଇଛି। ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପେଟ୍ରୋଲ୍ ଦାମ୍‌ରେ ୨୬ ଟଙ୍କା ୦୨ ପଇସା ଓ ହାଇସ୍ପିଡ୍ ଡିଜେଲ୍‌ ଦାମ୍‌ରେ ୧୭ ଟଙ୍କା ୩୪ ପଇସା ବୃଦ୍ଧି କରାଯାଇଛି। ଫଳରେ ଏକ ଲିଟର ପେଟ୍ରୋଲ୍‌ ଦାମ୍‌ ସେଠାରେ ୩୩୧.୩୮ ପାକିସ୍ତାନୀ ଟଙ୍କା ଓ ଡିଜେଲ୍‌ ଦାମ୍ ୩୨୯.୧୮ ପାକିସ୍ତାନୀ ଟଙ୍କା ହୋଇଛି। ଉଲ୍ଲେଖ ଥାଉ କି ପାକିସ୍ତାନବାସୀଙ୍କୁ ବିଦ୍ୟୁତ ପାଇଁ ଚଢ଼ା ବିଲ୍‌ ଦେବାକୁ ପଡ଼ୁଥିବା ବେଳେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ ‌ହୋଇଥିବା ବୃଦ୍ଧି ସେମାନଙ୍କ ସମସ୍ୟା ଆହୁରି ବଢ଼ାଇହେବ। ପାକିସ୍ତାନ ଏବେ ସବୁଠୁ ବଡ଼ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି।