ବାୟୁସେନାର ଶକ୍ତି ବଢାଇବ c-295 ବିମାନ

ସ୍ପେନରୁ ଭାରତ ଆସୁଛି c-295 ବିମାନ

ପୁଣି ବଢିବ ବାୟୁ ସେନାର ଶକ୍ତି । ପାରାକ୍ରମ ଦେଖାଇବ c-295 ବିମାନ । ଆଜି ସ୍ପେନରୁ ଭାରତ ଅଭିମୁଖେ ଉଡ଼ାନ ଭରିଛି c-295 । ଏହି ବିମାନକୁ ଗ୍ରୁପ୍ କ୍ୟାପଟେନ୍ ପିଏମ ନେଗି ନେଇ ଆସୁଛନ୍ତି । କିଛିଦିନ ମଧ୍ୟରେ ଏହା ଭାରତରେ ପହଞ୍ଚିବାକୁ ଥିବାବେଳେ ତିନୋଟି ଷ୍ଟପେଜରେ ରହିବ । ମାଲ୍ଟା, ମିଶ୍ର ଏବଂ ବହରିନରେ ଅଟକିବା ପରେ ଭାରତରେ ପହଞ୍ଚିବ ବୋଲି ସୂଚନା ମିଳିଛି । ସେପ୍ଟେମ୍ବର ୧୩ ତାରିଖରେ ଏୟାରଚିଫ୍ ମାର୍ଶଲ ବି ଆାର ଚୌଧୁରୀ ରିସିଭ୍ କରିଛନ୍ତି । ଭାରତୀୟ ବାୟୁ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏହା କେବଳ ବାୟୁସେନାର ଶକ୍ତି ବଢ଼ାିବନି ବରଂ ଦେଶର ଟେକ୍ନିକାଲ କ୍ଷମତା ମଧ୍ୟ ବୃଦ୍ଧି ପାଇବ । ଗତବର୍ଷ ସେପ୍ଟେମ୍ବର ମାସରେ ଭାରତୀୟ ବାୟୁ ସେନାରୁ ପୁରୁଣା ଏବରୋ-୭୪୮ ବିମାନକୁ ବଦଳାଇ ୫୬-ସି- ୨୯୫ କିଣିବା ପାଇଁ ଏୟାରବେସ ଡିଫେନ୍ସ ଏବଂ ସ୍ପେସ ସହ ୨୧,୦୦୦ କୋଟି ଟଙ୍କାର ଚୁକ୍ତି କରିଛି । ଏହି ଚକ୍ତିନାମା ଅନୁଯାୟୀ, ଏୟାରବସ ୪ ବର୍ଷ ମଧ୍ୟରେ ସ୍ପେନରୁ ଭାରତକୁ ଫ୍ଲଏାଏ ଓ୍ବେ ପ୍ରଥମ ୧୬ ବିମାନ ବିତରଣ କରିବ । ଯଦି C295 ବିମାନ ସମ୍ପର୍କରେ କହିବା ତାହେଲେ ଏହା ୨୬୦ କିଲୋମିଟର ବେଗରେ ଗତି କରିବା ସହ ୯ ଟନ ପେଲୋଡ ଏବଂ ୭୧ ଜଣ ସୈନିକଙ୍କୁ ନେଇ ଯିବାର ସକ୍ଷମ ରହିଛି । ହେଲିକପ୍ଟର ଏୟାର ଟୁ ଏୟାର ରିଫିଲିଙ୍ଗ ସକ୍ଷମ ରହିଛି ।