ବାଙ୍କୀରେ ବନ୍ୟା ଜଳ
ବାଙ୍କୀରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ । ବନ୍ୟାପାଣି ପଶିବା ଯୋଗୁଁ ରତାଗଡ଼ ଜାତମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ବାଙ୍କୀ ବ୍ଲକର ରତାଗଡ଼, ବାଉଁଶପୁଟ, ବନ୍ଦାଳ, ଓସ୍ତିଆ ଭଳି ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ସେପଟେ ମୁଣ୍ଡଳୀରେ ୬ ଲକ୍ଷ ୩୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ଉପରମୁଣ୍ଡ ହୀରାକୁଦରେ ଏବେ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୭.୮୭ ଫୁଟ୍ ରହିଛି । ତେଣୁ ଆଗାମୀ ଦିନରେ ବର୍ଷା ଲାଗି ରହିଲେ ତଳିଆ ଅଞ୍ଚଳର ଲୋକେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।
