ଅନନ୍ତନାଗରେ ଆଉ ଜଣେ ଯବାନ ସହିଦ

ଏଯାଏଁ ଚାଲିଛି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ !

ଥମିନି ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଗୁଳିବର୍ଷା । ଏଯାବତ ଚାଲିଛି ଫାୟାରିଙ୍ଗ ଓ କାଉଣ୍ଟର ଫାୟାରିଙ୍ଗ । ତେବେ ଏଥିରେ ସହିଦଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ସୂଚନା ଅନୁସାରେ ଗୁଳିବିନିମୟ ସମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଜଣେ ଡିଏସ୍‌ପି ସହିଦ ହୋଇଥିବା ବେଳେ ଏବେ ଅନନ୍ତନାଗରେ ଆଉ ଜଣେ ଯବାନ ସହିଦ ହୋଇଛନ୍ତି। ଖବର ଅନୁଯାୟୀ ଗତ ବୁଧବାର ଠାରୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ସେନା ପକ୍ଷରୁ ହୋଇଥିବା ସର୍ଚ୍ଚ ଅପରେସନ ବେଳେ ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ଏଥିରେ ଦୁଇ ଯବାନ ଆହତ ହୋଇଥିଲେ ।

ସେଥି ମଧ୍ୟରୁ ଜଣେ ଆହତ ଯବାନ ଚିକିତ୍ସାଧିନ ଅବସ୍ଥାରେ ଶ୍ରୀନଗରରେ ସହିଦ ହୋଇଛନ୍ତି। ଏବେବି ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।ଆତଙ୍କବାଦୀଙ୍କୁ ସଫା କରିବା ଲାଗି କାଉଣ୍ଟଡାଉନ ଆରମ୍ଭ। ଜାମ୍ମୁକାଶ୍ମୀର ଅନନ୍ତନାଗରେ ପାହଡରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି  ଆରମ୍ଭ ହୋଇଛି ବଡ଼ ଅପରେସନ। ସୁରକ୍ଷାକର୍ମୀ ପୂରା ପାହାଡକୁ ଘେରିରହିଥିବାବେଳେ ଡ୍ରୋନ ଜରିଆରେ ବୋମା ମାଡ କରାଯାଉଛି। ଏପରିକି ଅର୍ଦ୍ଧସାମରିକ କମାଣ୍ଡୋଙ୍କୁ ମଧ୍ୟ ଅପରେସନରେ ନିୟୋଜିତ କରାଯାଇଛି। ତେବେ ଆଗକୁ ଆତଙ୍କିଙ୍କୁ ଧରାଶାୟୀ କରିବାରେ ସଫଳ ହେଉଛନ୍ତିକି ନାହିଁ ତାହା ହିଁ ସଭିଙ୍କ ଇଚ୍ଛା ।