ଲିବ୍ୟାରୁ ଆସୁଛି ପ୍ରକୃତିର ଭୟଙ୍କର ଚିତ୍ର !

ଚାରିଆଡ଼େ ଗଦା ହୋଇଛି କୁଢକୁଢ ଶବ !

ପ୍ରକୃତି ତାଣ୍ଡବକୁ ରୋକିବାରେ କାହାର ବା ସାମର୍ଥ୍ୟ ଅଛି । ହେଲେ ପ୍ରକୃତିର ତାଣ୍ଡବ ପରେ ଆସୁଥିବା ଦ୍ରୁଶ୍ଯ ଅତ୍ୟନ୍ତ ଭୟଙ୍କର । ଯାହାର ଦ୍ରୁଶ୍ଯ ଦେଖିଲେ ଆପଣଙ୍କ ହୃଦୟ ବିଚଳିତ ହୋଇଯିବ। ଖାଲି ସେତିକି ନୁହେଁ ଆପଣ ଆପଣଙ୍କ କୋହ ସମ୍ଭାଳିପାରିବେ ନାହିଁ। ସତରେ ଏପରି କିଛି ଦ୍ରୁଶ୍ଯ ସାମ୍ନାକୁ ଆସୁଛି ସୁଦୁର ଲିବ୍ୟାରୁ । ଭୂମିକମ୍ପ ଓ ବନ୍ୟା ଉଜାଡି ଦେଇଛି ପୁରା ସହରକୁ । ସମୁଦ୍ରରେ ଏପରି ଉଚ୍ଚ ଲହରୀ ଆସିଲା ଯେ, ଭାସିଗଲେ ହଜାର ହଜାର ଲୋକ । ନିଖୋଜ ହୋଇଗଲେ ଅନେକ । ଆଉ ବନ୍ୟା ଛାଡିଗଲା ପରେ ଚାରିଆଡେ ଖାଲି କୁଢ କୁଢ ଶବ ଦେଖିବାକୁ ମିଳିଛି । ଲିବ୍ୟାରେ ଗତ ଶନିବାର ଆସିଥିବା ଭୟଙ୍କର ବନ୍ୟା ପ୍ରଳୟଙ୍କରୀ କ୍ଷତି ଘଟାଇଛି।

ସୂଚନା ଅନୁସାରେ ବନ୍ୟା ଯୋଗୁଁ ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ଏବଂ ୧୦ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ଦର ସହର ଡେର୍ନା ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ୨ଟି ଡ୍ୟାମ୍‌ ଭୁଶୁଡ଼ି ପଡ଼ିବାରୁ ଅକଳ୍ପନୀୟ କ୍ଷୟକ୍ଷତି ଦେଖିବାକୁ ମିଳିଛି। ରାସ୍ତା ଘାଟରେ କୁଢ଼ କୁଢ଼ ଶବ ଗଦା ‌ହୋଇଛି। ଏ ଦ୍ରୁଶ୍ଯ ଯେ କେହି ବି ଦେଖିବ ସ୍ତବ୍ଧ ହୋଇଯିବ। ବାପା ଆଗରେ ପୁଅ , ପୁଅ ଆଗରେ ବାପା ଏମିତିକି ପୁରା ପରିବାର ବି ପ୍ରକୃତିର ତାଣ୍ଡବରେ ଲୀନ ହୋଇଯାଇଛନ୍ତି । ବିଭିନ୍ନ ପଡୋଶୀ ଦେଶ ସହଯୋଗର ହାତ ବଢାଇଥିବା ଦେଖିବାକୁ ମିଳିଛି ।