ଚରମସୀମାରେ ଶିକ୍ଷକଙ୍କ ଆନ୍ଦୋଳନ

ସମୂହ ଛୁଟିରେ ଗଲେ ଶିକ୍ଷକ, ଶିକ୍ଷୟିତ୍ରୀ !

ଚରମସୀମାରେ ପହଞ୍ଚିଛି ଶିକ୍ଷକଙ୍କ ଆନ୍ଦୋଳନ। ରାଜରାସ୍ତାକୁ ଓହ୍ଳାଇଥିବା ଶିକ୍ଷକ ଏବେ ନେଇଛନ୍ତି ଦୃଢ ନିଷ୍ପତ୍ତି । ଦାବି ପୂରଣ ପାଇଁ ଆଜିଠୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ। ରାଜ୍ୟର ପ୍ରାୟ ୧ ଲକ୍ଷ ୩୦ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ । ୩ ଦଫା ଦାବି ପୂରଣ ପାଇଁ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ। ଠିକା ଅବଧିକୁ ୬ ବର୍ଷ ଏବଂ ଶିକ୍ଷାକର୍ମୀ ୪ ବର୍ଷ ସମୟକୁ ଚାକିରିରେ ଗଣନା କରି ନ୍ୟାସନାଲ ଓ ଇନକ୍ରିମେଣ୍ଟ ପ୍ରଦାନ କରିବା, ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡ଼ର ଭୁକ୍ତ କରିବା ।

କଳା କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ଦାବି ସହ ଯୁକ୍ତଦୁଇ ଯୋଗ୍ୟତା ଆଧାରରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହ ପୁରୁଣା ପେନସନ ପୁନଃ ପ୍ରଚଳନ ନିମନ୍ତେ ଆନ୍ଦୋଳନ ଚଳାଇଛନ୍ତି ପ୍ରାଥମିକ ଶିକ୍ଷକ। ତେବେ ସରକାର ଏନେଇ କୌଣସି ନିଷ୍ପତ୍ତି ନ ନେବା କାରଣରୁ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଳାଇଥିବା ବେଳେ ସମୂହ ଛୁତିରେ ଯିବାକୁ ନିଛନ୍ତି ଚରମ ନିଷ୍ପତ୍ତି । ଯାହା ପିଲାମାନଙ୍କ ଶିକ୍ଷାରେ ଏକ ବଡ ପ୍ରଭାବ ପକାଇବ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ସମୟରେ ଏହି ଆନ୍ଦୋଳନର କେଉଁ ନିଷ୍କର୍ଷ ବାହାର କରୁଛନ୍ତି ରାଜ୍ୟସରକାର ।