ଉତ୍ତରପ୍ରଦେଶରେ ବର୍ଷା ତାଣ୍ଡବ !

ବର୍ଷା ନେଲା ୧୯ଜୀବନ !

ପୁଣି ଉତ୍ତରପ୍ରଦେଶରେ ତାଣ୍ଡବ ରଚିଛି ବର୍ଷା । ବାଦଲଫଟା ବର୍ଷା ନେଲାଣି ୧୯ ଜଣଙ୍କ ଜୀବନ । ତେବେ ପୂର୍ବରୁ ଉତ୍ତରପ୍ରଦେଶରେ ଲଗାଣ ବର୍ଷା ସାରା ରାଜ୍ୟକୁ ଅଣାୟତ୍ତ କରିଥିବା ବେଳେ ପୁଣି ଏହି ବର୍ଷା ଯୋଗୁଁ ବେହାଲ ହୋଇଛି ଉତ୍ତରପ୍ରଦେଶର ପ୍ରାୟ ୩୧ ଜିଲ୍ଲା । ସମସ୍ତ ଜିଲ୍ଲାକୁ ଆଲର୍ଟ କରାଯାଇଥିବା ସତ୍ତ୍ୱେ ୧୯ ଜଣଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା ସପ୍ତାହେ ଯାଏଁ ବର୍ଷା ହେବ । ଏହି ବର୍ଷା ଯୋଗୁଁ ପ୍ରାୟ ୨୫ ଜିଲ୍ଲାର ୧୬୮ ଗାଁ ବନ୍ୟା ପ୍ରଭାବିତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି।

ତେବେ ଲଗାଣ ବର୍ଷା ଫଳରେ ଅନେକ ଗାଁ ଜଳବନ୍ଦୀ ହୋଇଥିବା ସାମ୍ନାକୁ ଆସିଛି । ଯଥା ସମ୍ଭବ ସେଠାରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି ।ବର୍ଷା ଆଲର୍ଟକୁ ନଜରରେ ରଖି ଅନେକ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି । ଆଲର୍ଟରେ ଥିବା ଜିଲ୍ଲା ପ୍ରଶାସନକୁ ଆଗୁଆ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୪ ଘଣ୍ଟାରେ ବର୍ଷାର ପ୍ରକୋପ ଅଧିକ ଥିବା ବେଳେ ଲୋକଙ୍କ ନିଦ ହଜାଇଛି ଏହି ବର୍ଷା ।