ଅଣଓଡ଼ିଆ କମ୍ପାନୀ ପ୍ରୀତିର ଅଭିଯୋଗ ଆଣିଲା ଛାତ୍ର କଂଗ୍ରେସ

ଗନ୍ଧରେ ଫାଟିପଡୁଛି କ୍ୟାପିଟାଲ ହସ୍ପିଟାଲ, ଆନ୍ଦୋଳନରେ ସଫେଇ କର୍ମଚାରୀ

କ୍ୟାପିଟାଲ ହସ୍ପିଟାଲରେ ଆନ୍ଦୋଳନରେ ବସିଛନ୍ତି ସଫେଇ କର୍ମଚାରୀ । ଫଳରେ ହସ୍ପିଟାଲରେ ସଫେଇ ହୋଇନାହିଁ । ଦୁର୍ଗନ୍ଧରେ ଫାଟି ପଡ଼ୁଛି କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ୱାର୍ଡ଼ । ଏବେ ଭୁବନେଶ୍ବର ତଥା ଆଖପାଖ ଅଞ୍ଚଳରେ ଡେଙ୍ଗୁ ଓ ଭାଇରାଲ ଫିଭର ଆଦି ରୋଗ ବ୍ୟାପୁଥିବା କାରଣରୁ କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ୱାର୍ଡ଼ରେ ରୋଗୀ ସଂଖ୍ୟା ବେଶ୍‌ ଅଧିକ ରହିଛି। ଏହି ସମୟରେ ସଫେଇ କର୍ମଚାରୀମାନେ ଆନ୍ଦୋଳନରେ ବସିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ସେଥିପାଇଁ ଆଜି ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ ଆନ୍ଦୋଳନରତ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ସୁଦ୍ଧା କିଛି ସଫଳତା ମିଳିନାହିଁ କି ମାମଲାର ସମାଧାନ ହୋଇନାହିଁ। ଅନ୍ୟପକ୍ଷରେ ନୂଆ ସଂସ୍ଥା ବି କର୍ମଚାରୀଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାକୁ ଆନ୍ଦୋଳନରତ କର୍ମଚାରୀମାନେ ଗ୍ରହଣ କରି ନାହାନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।