ମିଳିମିଳା ଓ ରୁବେଲାକୁ ଦମନ କରିବ ମିଶନ ଇନ୍ଦ୍ରଧନୁ !
ଏଣିକି ମିଳିମିଳା ଓ ରୁବେଲା ପରି ରୋଗରେ ପଡି ହଇରାଣ ହେବେନି ରାଜ୍ୟବାସୀ । କାହିଁକି ନା ଆଜିଠୁ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁ। ବିଭିନ୍ନ ଜିଲ୍ଲାରେ ଏହି ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ମିଳିମିଳା ଓ ରୁବେଲା ପରି ମାରାତ୍ମକ ରୋଗକୁ ଦେଶରୁ ମୂଳପୋଛ କରିବା ପାଇଁ ରାଜ୍ୟ ବ୍ୟାପୀ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ। ସୂଚନା ଅନୁଯାୟୀ କଟକରେ ପ୍ରାୟ ୧୧ହଜାର ଟୀକା ଦିଆଯିବ । ଉଭୟ ଶିଶୁ ଏବଂ ଗର୍ଭବତୀଙ୍କୁ ଏହି ମିଶନରେ ସାମିଲ କରାଯାଇଥିବା ଦେଖିବାକୁ ମିଳିଛି ।
ଏହା ସହ ଉପାନ୍ତ ଜିଲ୍ଲା ମାଲକାନଗିରିରେ ମଧ୍ୟ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହେଇଥିବା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ। ଏହି ଟୀକାକରଣ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାରେ ୪୪୫ ଗର୍ଭବତୀ ଓ ୧୨୬୦ ଶିଶୁଙ୍କୁ ଟୀକାକରଣ କରିବାର ଲକ୍ଷ୍ୟ ରହିଛି । ତେବେ ହି ମିଶନ କିପରି ସଫଳ ହେବ ସେନେଇ ସ୍ୱାସ୍ଥ୍ୟ ବିଭାଗ ବେସ ତୟାର ଥିବା ଦେଖିବାକୁ ମିଳିଛି । ଏନେଇ ଜିଲ୍ଲାର ସିଡିଏମଓଙ୍କୁ ସୂଚନା ରହିଛି ।