ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ

ସ୍ନେହାଙ୍ଗିନୀ ଛୁରିଆ ହୋଇପାରନ୍ତି ବାଚସ୍ପତି

ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହାପୂର୍ବରୁ ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ ହେବ । ତେବେ ଏଥିପାଇଁ ଆସନ୍ତା ୧୮ତାରିଖରେ ନାମାଙ୍କନପତ୍ର ଦାଖଲ ହେବ । ହେଲେ ବିଜେଡି ଶିବିରରେ ଆଲୋଚନା ହେଉଛି ଯେ ଏଥର ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବାଚସ୍ପତି କରାଯାଇପାରେ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ମହିଳା କାର୍ଡ ଖେଳିବାକୁ ଚାହୁଁଥିବାରୁ ସ୍ନେହାଙ୍ଗିନୀଙ୍କୁ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି କରିବାକୁ ଆପାତତଃ ଯୋଜନା ଚାଲିଥିବା ସୂଚନା ମିଳୁଛି।