ପ୍ରଭୁ ସ୍ବାମୀନାରାୟଣଙ୍କୁ ଦର୍ଶନ କଲେ ଋଷି ସୁନକ ଓ ପତ୍ନୀ ଅକ୍ଷତା ମୂର୍ତ୍ତି

ଅକ୍ଷରଧାମ ମନ୍ଦିରରେ ବ୍ରିଟେନ ରାଷ୍ଟ୍ରପତି ଦମ୍ପତି

ଜି-୨୦ ଶିଖର ସମ୍ମିଳନୀରେ ଭାରତ ଆସିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପତ୍ନୀ ଅକ୍ଷତା ମୂର୍ତ୍ତି । ଏହି ଦମ୍ପତି ଏବେ ଦିଲ୍ଲୀ ଅକ୍ଷରଧାମ ମନ୍ଦିର ଯାଇ ପ୍ରଭୁ ସ୍ବାମୀନାରାୟଣଙ୍କ ଦର୍ଶନ କରିଛନ୍ତି । ଠାକୁରଙ୍କ ଦର୍ଶନ ପରେ ପର୍ଯ୍ୟଟକ ଡାଏରୀରେ ଲେଖିଲେ ବିଶେଷ ବାର୍ତ୍ତା । ସେ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି, ‘ବସୁଧୈବ କୁଟୁମ୍ବକମ୍ ଭାବନାରେ ମନ୍ଦିର ସମିତି ଓ ଉପସ୍ଥିତ ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି । ଜି-୨୦ ଶିଖର ସମ୍ମିଳନୀ ଦୁନିଆକୁ ଶାନ୍ତି, ଧାର୍ମିକ ସମୃଦ୍ଧି ଓ ସମନ୍ବୟ କ୍ଷେତ୍ରରେ କାମ କରିବାର ମାର୍ଗଦର୍ଶନ କରିବା ଏକ ଭଲ ପଦକ୍ଷେପ । ଏହି ଅବସରରେ ଅକ୍ଷତା ଏବଂ ସୁନକ ମନ୍ଦିରର ବାସ୍ତୁକଳାକୁ ପ୍ରଶଂସା କରିଥିଲେ । ଉଭୟ ନୀଳକଣ୍ଠ ବର୍ଣ୍ଣି ମହାରାଜଙ୍କ ମୂର୍ତ୍ତିରେ ଅଭିଷେକ କରି ବିଶ୍ବ ଶାନ୍ତି, ପ୍ରଗତୀ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ । ଦର୍ଶନ ପରେ ସ୍ବାମୀନାରାୟଣ ମନ୍ଦିରର ମୁଖ୍ୟ ସ୍ବାମୀ ଋଷି ସୁନକ ଏବଂ ଅକ୍ଷତାଙ୍କୁ ସ୍ବାଗତ କରିଥିଲେ । ପରେ ପୁରୋହିତମାନେ ମନ୍ତ୍ରାଚରଣ କରି ସୁନକ ଏବଂ ଅକ୍ଷତାଙ୍କ ହାତରେ ବ୍ରତ ବାନ୍ଧିଥିଲେ ।