‘ମୋତେ ଦଳ ଅପମାନିତ କରିଛି’

ମୁଁ ଚାହିଁଲେ ଦଳକୁ ଛିନଛତ୍ର କରିବାକୁ କମ ସମୟ ଲାଗିବ !

ଏବେ ଉଗ୍ରମୁଖା ହୋଇଛନ୍ତି ସୁର ରାଉତରାୟ । ଓଡ଼ିଶା କଂଗ୍ରେସ ପୁଅ ମନ୍ମଥ ରାଉତରାୟଙ୍କୁ ନିଲମ୍ବନ କରିବା ନେଇ ପୁରା ଖପ୍ପା ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ । ସୁର କହିଛନ୍ତି ସାନପୁଅକୁ ନିଲମ୍ବନ କରିବା ମୋ ପ୍ରତି ଅସମ୍ମାନ । ଦୀର୍ଘବର୍ଷ ଧରି ମୁଁ କଂଗ୍ରେସରେ ଥିବା ସହ କେବେ ଦଳକୁ ଛାଡିନି । ତେବେ ପୁଅକୁ ଏମିତି ଦଳରୁ ନିଲମ୍ବନ କରିବା କିଛି ଠିକ ହେଇନି , ଏହା କହି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁରେଶ ରାଉତରାୟ ।

ଖାଲି ସେତିକି ନୁହେଁ ବରଂ ନିଲମ୍ବନ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ଦଳ ଭିତରେ କିଏ ବୋଲି ସୁର ପ୍ରଶ୍ନ କରିଛନ୍ତି । ମନ୍ମଥ କିଛି ଭୁଲ କରିନାହିଁ, ଠିକ୍‌ ସମୟରେ ଜବାବ ଦିଆଯିବା ସହ ଛିନଛତ୍ର କରିବାକୁ କମ୍ ସମୟ ଲାଗିବ ବୋଲି କହିଛନ୍ତି ସୁର  ।