ଭିଜିଲାନ୍ସ ଜାଲରେ ପୌରପାଳିକା କର୍ମଚାରୀ।
ଭିଜିଲାନ୍ସ ଜାଲରେ ପୌରପାଳିକା କର୍ମଚାରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବକେୟା ଟଙ୍କା ମଞ୍ଜୁର କରାଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ। ବୀରମିତ୍ରପୁର ପୌରପାଳିକାର ଇନ୍ ଫ୍ରାଷ୍ଟ୍ରକ୍ଚର ଏକ୍ସପର୍ଟ ବୈବସ୍ୱତ ମନୁ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ ହୋଇଛି। ଏନେଇ ରାଉରକେଲା ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ଆଦିବାସୀ ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ ମୋଟ ୨ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ୧ ଲକ୍ଷ ୩୦ ହଜାର ଟଙ୍କା ବକେୟା ରହିଥିଲା। ବକେୟା ଅର୍ଥ ମଞ୍ଜୁର କରାଇଦେବା ପାଇଁ ହିତାଧିକାରୀଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି।
