୮୫୦ ଆସନ କାହିଁକି ଦରକାର?’- ରାହୁଲ
ନଭେମ୍ବର ୩୦ରୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ଏହା ପୂର୍ବରୁ ପରିସୀମନ ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଲୋକସଭାର ଆସନ ସଂଖ୍ୟା ୫୪୩ରୁ ବୃଦ୍ଧି କରି ୮୫୦ କରିବା ପଛରେ ସରକାରଙ୍କ ଉଦ୍ଦେଶ୍ୟ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । ମହିଳା ସଂରକ୍ଷଣର ଆଳ ଦେଖାଇ ଦେଶର ନିର୍ବାଚନୀ ମାନଚିତ୍ରକୁ ନିଜ ସୁବିଧା ଅନୁସାରେ ବଦଳାଇବାକୁ ସରକାର ଯୋଜନା କରୁଥିବା ରାହୁଲ ଅଭିଯୋଗ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ନିର୍ବାଚନରେ ଅନିୟମିତତାକୁ ନେଇ ବିରୋଧୀ ଲଗାତାର ପ୍ରଶ୍ନ ଉଠାଉଛନ୍ତି । ଜମ୍ମୁ-କଶ୍ମୀରରେ ଆସନ ପୁନର୍ନିର୍ଦ୍ଧାରଣ, ବିହାରରେ ଭୋଟର ତାଲିକାରୁ ନାଁ ବାଦ୍ ପଡ଼ିବା ଏବଂ ଆସାମରେ ନିର୍ବାଚନୀ ଗଠନରେ ପରିବର୍ତ୍ତନ ଭଳି ପ୍ରସଙ୍ଗ ଉଠାଇ ସେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ପଶ୍ଚିମବଙ୍ଗରେ ମଧ୍ୟ ୧୦୦ରୁ ଅଧିକ ଆସନକୁ ନେଇ ଅନିୟମିତତା ହୋଇଥିବା ରାହୁଲ ଅଭିଯୋଗ କରିଛନ୍ତି ।
