ନବବଧୂକୁ ବିଷ ପିଆଇ ହତ୍ୟା !

ପୁଣି ଯୌତୁକ ଜୁଇରେ ଜଳିଲା ଝିଅ !

ଜଘନ୍ୟ ବିଭଶ୍ଚ ଅମାନୁଷିକତାର ଭିନ୍ନ କାହାଣୀ । ପୁଣି ଯୌତୁକ ଜୁଇରେ ଜଳିଗଲା ଝିଅ ! ଏଭଳି ଏକ ଅଭାବନୀୟ ଘଟଣାର ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଜେନାପୁର ଥାନା ସାତମଣ ଗାଁରେ । ସୂଚନାଅନୁସାରେ ୨୮ ମାର୍ଚ୍ଚ ୨୦୨୨ରେ ସାତମଣ ଗାଁର ରତ୍ନାକର ବେହେରାଙ୍କ ପୁଅ ଶକ୍ତିକାନ୍ତ ବେହେରା ଯାଜପୁର ରୋଡ ଥାନା ଦାନଗଦି କୁସୁନପୁରର ଭାଗିରଥୀ ବେହେରାଙ୍କ ଏକମାତ୍ର ଝିଅ ଇପ୍ସିତା ବେହେରାଙ୍କୁ ଭଲ ପାଇ ବିବାହ କରିଥଲେ। ସବୁ ଠିକ ଠାକ ଥିଲା । ହଠାତ ବଦଳିଗଲା ଶାଶୁଘର ଲୋକଙ୍କ ବ୍ୟବହାର । ବିବାହର କିଛି ଦିନ ପରେ ଶାଶୁଘର ଲୋକେ ଇପ୍ସିତାଙ୍କୁ ଯୌତୁକ ଦାବି କରିଥଲେ । ତାହା ପୁଣି ଏକ ଲକ୍ଷ ଟଙ୍କା ସହ ଗୋଟେ ମୋଟର ସାଇକେଲ ।

ବାପଘର ଲୋକେ ଟଙ୍କା ନ ପଠାଇବାରୁ ଆରମ୍ଭ ହୋଇଥିଲା ଇପ୍ସିତାଙ୍କ ଉପରେ ଅତ୍ୟାଚାର। ଖବର ପାଇ ବାପା ଭାଗିରଥି କିଛି ଟଙ୍କା ଯୋଗାଡ କରି ତା ପରେ ପହଞ୍ଚି ଥିଲେ । ହେଲେ ବାପା ଆଣିଥିବା ଏହି ଅଳ୍ପ ଟଙ୍କାରେ ମନ ମାନିନଥିଲା ଶାଶୂଘର ଲୋକଙ୍କର । ପୁଣି ଆରମ୍ଭ ହୁଏ ଇପ୍ସିତାଙ୍କ ଉପରେ ଅତ୍ୟାଚାର । ଏମିତିକି ଗାଳି ଗୁଲଜ କରିବା ସହ ମାଡ ମାରି ମଝିରେ ମଝିରେ ବେହୋସ୍ କରି ଦିଅନ୍ତି ଶାଶୁଘର ଲୋକେ । ଆଉ ଶେଷରେ ଚରମ ନିଷ୍ପତ୍ତି ନିଅନ୍ତି ଶାଶୁଘର ଲୋକେ । ଗତ ୩୧ତାରିଖ ଦିନ ଶାଶୁ ଶଶୁର ଓ ସ୍ବାମୀ ମାଡିବସି ବିଷ ପିଆଇଡଲେ ଈପ୍ସିତାଙ୍କୁ ।

ଗତ ୧ତାରିଖ ଦିନ ଜୀବନ ସହ ସଂଘର୍ଷ କରି ମେଡ଼ିକାଲରେ ମୃତୁ ବରଣ କରିଥିଲେ ଇପ୍ସିତା , ପରେ ଏହି ସବୁର ଅଭିଯୋଗ ଆଣିଛନ୍ତି ଇପ୍ସିତାଙ୍କ ବାପା ଭାଗିରଥି ବେହେରା। ଜେନାପୁର ଥାନାରେ ଝିଅ କୁ ମାରିଦେଇଥିବା ଲିଖିତ ଅଭିଯୋଗ କରିବା ପରେ ଜେନାପୁର ଥାନା IPC ଧାର 498A, 304B,302,294,34, ଏବଂ ଯୌତୁକ ପ୍ରଥା ଧାରା 1964 ( 4 ) ରେ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ଶକ୍ତିକାନ୍ତ ବେହେରାକୁ କୋର୍ଟ ଚାଲାଣ କରିଥିବା ବେଳେ ଶାଶୁ ଓ ଶଶୁର ଫେରାର ଥିବା ସୂଚନା ମିଳିଛି। ଦେଖିବାକୁ ବାକି ରହିଲା ଫେରାର୍ ଥିବା ଦୁଇ ଅଭିଯୁକ୍ତଙ୍କୁ କେବେ ଗିରଫ କରିବ ପୋଲିସ।