ପୁଣି ଘୂର୍ଣ୍ଣିବଳୟ ଆଶଙ୍କା, ବଢିଲା ଚିନ୍ତା

ନଭେମ୍ବର ଶେଷରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଆଶଙ୍କା

ନଭେମ୍ବର ଶେଷରେ ପୁଣି ଘୂର୍ଣ୍ଣିବଳୟ ଆଶଙ୍କା । ବଙ୍ଗୋପସାଗରରେ ଦାନା ବାନ୍ଧିବ ନୂଆ ପାଣିପାଗ ବ୍ୟବସ୍ଥା । ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା । ନଭେମ୍ବର ଶେଷ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ ବ୍ୟବସ୍ଥା ସୃଷ୍ଟି ହେବାର ସମ୍ଭାବନା । ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଶନିବାର ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ନଭେମ୍ବର ଶେଷ ଆଡ଼କୁ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହାର ପରବର୍ତ୍ତୀ ଗତିବିଧି ଉପରେ ନଜର ରହିବ ।

Leave a Reply

Your email address will not be published. Required fields are marked *