୮ ଆଇଏଏସଙ୍କୁ ୯ ଜିଲ୍ଲାର ଦାୟିତ୍ବ
ବାତ୍ୟା ଅକୱାନ୍ ନେଇ ଆଲର୍ଟ ମୋଡରେ ରାଜ୍ୟ ସରକାର। ୮ ଆଇଏସଙ୍କୁ ୯ ଜିଲ୍ଲାର ଦାୟିତ୍ବ। ଗଞ୍ଜାମ ଦାୟିତ୍ୱରେ ରହିବେ ଦକ୍ଷିଣାଞ୍ଚଳ ଆରଡିସି ବିଜୟ ଅମୃତା କୁଲାଙ୍ଗେ। ଗଜପତି ଦାୟିତ୍ବରେ ରହିଛନ୍ତି ମାନସି ନିମ୍ଭାଲ। ପୁରୀ ଜିଲ୍ଲା ଦାୟିତ୍ବରେ ରହିବେ ଅରବିନ୍ଦ ଅଗ୍ରୱାଲ। ଜଗତସିଂହପୁର ଜିଲ୍ଲା ଦାୟିତ୍ୱରେ ବରିଷ୍ଠ IAS ଯାମିନୀ ଷଡ଼ଙ୍ଗୀ। କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ବରେ ସ୍ମୃତିରଞ୍ଜନ ପ୍ରଧାନ। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଦାୟିତ୍ୱ ତୁଲାଇବେ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ସେହିପରି କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ରହିବେ ଆଇଏଏସ୍ ଭୁପେନ୍ଦ୍ର ସିଂ ପୁନିଆ। ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବରେ ବିନିତ ଭରଦ୍ବାଜ। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରରେ ପ୍ରସ୍ତୁତି, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମନ୍ୱୟ ଏବଂ ତଦାରଖ କରିବେ ଏହି ଅଧିକାରୀ।
