ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

କଳିଙ୍ଗପଟନମ ଓ ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ବାତ୍ୟା ଅକ୍ଓ୍ୱାନକୁ ନେଇ ଆସିଲା ବଡ଼ ସୂଚନା। ବଦଳିଲା ବାତ୍ୟାର ଗତିପଥ। ଆସିଲା ବାତ୍ୟା ଅକଓ୍ୱାନର ନୂଆ ଗତିପଥ। ବାତ୍ୟା ଓଡ଼ିଶା ମୁହାଁ ନେଇ ସ୍ପଷ୍ଟ କଲେ IMD ଡିଜି। ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା। ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି। ବିଶେଷକରି କଳିଙ୍ଗଟନମ ଓ ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ଆଉ ଅଧିକ ତୀବ୍ର ହେବାର କୌଣସି ସମ୍ଭାବନା ନାହିଁ। ୧୯, ୨୦ରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର କିଛି ଜିଳ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ୨୦ରୁ ୩୦ ସେମି ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହୋଇପାରେ। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀରେ ଅତି ପ୍ରବଳ ବର୍ଷିପାରେ। ୧୯ରେ ଦକ୍ଷିଣ ଓଡ଼ିଶାରେ ସବୁଠାରୁ ବେଶୀ ବର୍ଷା ହେବ। ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ବି ରହିଛି। ୨୦ ତାରିଖରେ ଲ୍ୟାଣ୍ଡଫଲ୍ ପରେ ଶୀଘ୍ର ଦୁର୍ବଳ ହୋଇପାରେ ।

Leave a Reply

Your email address will not be published. Required fields are marked *