ଆସନ୍ତାକାଲିଠୁ କମ୍ପିବ ବିଧାନସଭା
କାଲିଠୁ କମ୍ପିବ ବିଧାନସଭା । ମୁହାଁମୁହିଁ ହେବେ ବିରୋଧୀ-ଶାସକ। ଶୀତ ଅଧିବେଶନରେ ପ୍ରମୁଖ ପ୍ରସଙ୍ଗ ହେବ ଗଞ୍ଜାମ ବନ୍ୟା ଓ ବିପର୍ଯ୍ୟୟ ପରିଚଳନା। ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିକୁ ନେଇ ସରକାରଙ୍କୁ ଜବାବ ମାଗିବେ ବିରୋଧୀ। ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ ମନୁଷ୍ୟକୃତ ବିପର୍ଯ୍ୟୟ ବୋଲି କହିଛନ୍ତି।
