ଗିଡ଼ିପାବାଲି ଭୂସ୍ଖଳନ ରେସ୍କ୍ୟୁ ସ୍ଥଗିତ
ଗିଡିପାବାଲିରେ ରେସକ୍ୟୁ ଅପରେସନ ସ୍ଥଗିତ। କନ୍ଧମାଳ-ଗଂଜାମ ସୀମାନ୍ତ ଭୂସ୍ଖଳନ ଘଟିଥିବା ଗିଡିପାବାଲିରେ ରେସକ୍ୟୁ ଅପରେସନକୁ ଏବେ ବନ୍ଦ କରିଦିଆଯାଛି। ଭୂସ୍ଖଳନ ରେସ୍କ୍ୟୁ ସ୍ଥଗିତ ନେଇ ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ। ବର୍ତ୍ତମାନ ସୁଦ୍ଧା ୭ ମୃତଦେହ ଉଦ୍ଧାର ହୋଇଛି। ୧୩ ନିଖୋଜଙ୍କ ମଧ୍ୟରୁ ୭ ମୃତଦେହ ମିଳିଥିଲା ବେଳେ ୬ ଜଣଙ୍କ ପତ୍ତା ମିଳିପାରିନି। ନିଖୋଜ ୬ ଜଣଙ୍କ ପରିବାର ଲୋକେ ଲିଖିତ ଭାବେ ଜଣାଇବା ପରେ ରେସକ୍ୟୁ ଅପରେସନ ସ୍ଥଗିତ ରଖାଯାଇଛି। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗତ ୨୮ ତାରିଖ ରାତିରେ ଗାଙ୍ଗୁବାଲି ପାହାଡ଼ରେ ଭୂସ୍ଖଳନରେ ଗିଡ଼ିପାବାଲି ଗାଁର ୧୩ ଜଣ ନିଖୋଜ ହୋଇଯାଇଥିଲେ। ବର୍ଷା କମିବା ପରେ ୩୧ ତାରିଖରୁ ଭୂଷ୍କଳନ ସ୍ଥାନରେ ବଡ଼ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲ। ରେସକ୍ୟୁ ଅପରେସନ ଟିମ୍ ପ୍ରଥମେ ଦୁଇ ଜଣ ଗ୍ରାମବାସୀଙ୍କ ମୃତଦେହ ଉଦ୍ଧା୪ର କରିଥିଲ। ତାପରେ ପୁଣି ଆଉ ୫ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ODRAF, DVF ଏବଂ ଅଗ୍ନିଶମ କର୍ମଚାରୀ ମାନେ ରେସକ୍ୟୁ ଅପରେସନ ଚଳାଇଥିଲେ।
