ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ୍ ଲଭ୍ ଉନ୍ମୋଚିତ

ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ୍ ଲଭ୍ ଉନ୍ମୋଚିତ

ସୋନିଆ ଗାନ୍ଧୀଙ୍କ ବହୁପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ୍ ଲଭ୍’ ଉନ୍ମୋଚିତ ହୋଇଛି । ଭାରତୀୟ ରାଜନୀତି ଓ ଗାନ୍ଧୀ ପରିବାରର ଅନେକ ଅକୁହା ଘଟଣାବଳୀ ଉପରୁ ପରଦା ହଟାଇଛି ପୁସ୍ତକଟି । ଇଟାଲୀରୁ ଇଣ୍ଡିଆ ଯାତ୍ରାର ଟିକନିଖ କାହାଣୀ ଏହି ବହିରେ ଲେଖିଛନ୍ତି ସୋନିଆ । ଇଟାଲୀର ଏକ ଛୋଟ ଗାଁରୁ ଆସି ଭାରତର ସବୁଠାରୁ ପ୍ରଭାବଶାଳୀ ରାଜନୈତିକ ପରିବାରର ସଦସ୍ୟ ହେବା ପର୍ଯ୍ୟନ୍ତ ନିଜ ଜୀବନର ସଂଘର୍ଷ, ରାଜୀବ ଗାନ୍ଧୀଙ୍କ ସହ ପ୍ରେମ ଏବଂ ଭାରତକୁ ଆପଣେଇବାର ଭାବପ୍ରବଣ ଯାତ୍ରାକୁ ବର୍ଣ୍ଣନା କରିଛନ୍ତି ।୧୯୮୪ରେ ଶାଶୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଏବଂ ୧୯୯୧ରେ ସ୍ୱାମୀ ରାଜୀବ ଗାନ୍ଧୀଙ୍କ ନୃଶଂସ ହତ୍ୟା ପରେ ପରିବାର ଉପରେ ପଡ଼ିଥିବା ଗଭୀର ମାନସିକ ଆଘାତ ଓ ଦୁଃଖ ସମ୍ପର୍କରେ ସେ ଖୋଲାଖୋଲି ଉଲ୍ଲେଖ କରିଛନ୍ତି ।

ପୁସ୍ତକରେ ସବୁଠାରୁ ବଡ଼ ଖୁଲାସା ହେଉଛି, ୨୦୦୪ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ପଦକୁ ପ୍ରତ୍ୟାଖ୍ୟାନ କରିବାର ନିଷ୍ପତ୍ତି ।ସୋନିଆ ଲେଖିଛନ୍ତି, ନିର୍ବାଚନ ପୂର୍ବରୁ ହିଁ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କୁ ପ୍ରଧାନମନ୍ତ୍ରୀ ନ ହେବାକୁ କହିଥିଲେ । ଜେଜେମା ଓ ବାପାଙ୍କ ହତ୍ୟାକୁ ଆଖି ଆଗରେ ଦେଖିଥିବା ପିଲାମାନଙ୍କ ମନରେ ମା’ଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗଭୀର ଭୟ ରହିଥିଲା । ଯାହା ଫଳରେ ସେ ସମ୍ପୂର୍ଣ୍ଣ ସ୍ପଷ୍ଟତାର ସହ ସେହି ପଦ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଥିଲେ । ପୁସ୍ତକ ଉନ୍ମୋଚନ ପୂର୍ବରୁ ସୋନିଆ ଗାନ୍ଧୀ ନିକଟରେ ଇନଷ୍ଟାଗ୍ରାମରେ ଯୋଗ ଦେଇ ନିଜ ପୁସ୍ତକର ପ୍ରଥମ ଝଲକ ସେୟାର କରିଥିଲେ । ଯେଉଁଥିରେ ସେ ଏହାକୁ ପ୍ରେମ, କର୍ତ୍ତବ୍ୟ, କ୍ଷତି ଏବଂ ନିଜସ୍ୱ ପରିଚୟ ଖୋଜିବାର କାହାଣୀ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *