ଦିଲ୍ଲୀ ପରେ ବିଗିଡିଲା ମୁମ୍ବାଇ ଅବସ୍ଥା

ଦୀପାବଳି ପରେ ବିଗିଡ଼ିଲା ମୁମ୍ବାଇର ସ୍ଥିତି, AQI ୪୮୦ ପାର୍

ଦିଲ୍ଲୀ ପରେ ବିଗିଡିଲା ମୁମ୍ବାଇ ଅବସ୍ଥା । ଦୀପାବଳି ପରେ ମୁମ୍ବାଇ ଓ ଦିଲ୍ଲୀରେ ବଢ଼ିଥିବା ବାୟୁ ପ୍ରଦୂଷଣକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଦୀପାବଳି ପରେ ବାଣ ଫୁଟାର ପ୍ରଭାବ ଏବେ ଦେଶର ବଡ଼ ବଡ଼ ସହରର ବାୟୁମାନ ଉପରେ ପଡ଼ିଛି । ମୁମ୍ବାଇରେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ହୋଇପଡ଼ିଛି । ରାତି ସମୟରେ ଅନ୍ଧେରୀ, ମାନଖୁର୍ଦ୍ ଓ ଦେବନାର ଭଳି ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୮୦ ଅତିକ୍ରମ କରିଛି । ସେହିପରି ଚେମ୍ବୁର, କୁର୍ଲା, ଖେରୱାଡ଼ି ଓ ବାନ୍ଦ୍ରା ଅଞ୍ଚଳରେ AQI ୨୨୦ରୁ ଅଧିକ କରାଯାଇଛି ।

Leave a Reply

Your email address will not be published. Required fields are marked *