ଆଜି ଆଲୋକର ପର୍ବ ଦୀପାବଳି, ଗାଁଠୁ ସହର ସବୁ ଚଳଚଞ୍ଚଳ

ଆଜି ଆଲୋକର ପର୍ବ ଦୀପାବଳି

ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଚଳଚଞ୍ଚଳ । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର । ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ । ସାରା ଦେଶରେ ଏହି ପର୍ବକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ଓ ବିଶ୍ୱାସ ରହିଛି। କେଉଁଠି ଭଗବାନ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନର ସ୍ମୃତିରେ ଦୀପ ଜଳାଯାଏ, ତ ଆଉ କେଉଁଠି ମାଆ ଲକ୍ଷ୍ମୀ ଓ କାଳୀଙ୍କ ଆରାଧନା କରାଯାଏ । ତେବେ ଓଡ଼ିଶାରେ ଦୀପାବଳିର ରହିଛି ଏକ ସ୍ୱତନ୍ତ୍ର ଧାର୍ମିକ ଓ ସାଂସ୍କୃତିକ ପରିଚୟ । ଏଠାରେ ଦୀପାବଳି କେବଳ ଆଲୋକ ଓ ଆନନ୍ଦର ପର୍ବ ନୁହେଁ ବରଂ ପୂର୍ବପୁରୁଷଙ୍କୁ ସ୍ମରଣ କରିବାର ଏକ ପବିତ୍ର ଅବସର। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ନିବେଦନ କରାଯିବା ସହ ସେମାନଙ୍କ ଆତ୍ମାର ସଦଗତି କାମନା କରାଯାଏ । ଏହି ଅବସରରେ କାଉଁରିଆ କାଠି ଜାଳି ପୂର୍ବପୁରୁଷଙ୍କୁ ଆଲୋକ ଦେଖାଇବାର ପରମ୍ପରା ରହିଛି ।

Leave a Reply

Your email address will not be published. Required fields are marked *