ଆନ୍ଧ୍ର ଉପକୂଳ ମୁହାଁ ‘ମୁରାସୁ’ ବାତ୍ୟା

୨୧ଟି ବିମାନ ଉଡ଼ାଣ ବାତିଲ

ବାତ୍ୟା ‘ମୁରାସୁ’ ପ୍ରଭାବରେ ବିମାନ ସେବା ବାଧାପ୍ରାପ୍ତ । ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ଭୀଷଣ ବାତ୍ୟା ‘ମୁରାସୁ’ ପାଇଁ ଚେନ୍ନାଇ ଓ ବିଜୟୱାଡ଼ା ବିମାନବନ୍ଦରରେ ମୋଟ ୨୧ଟି ବିମାନ ଉଡ଼ାଣ ବାତିଲ କରାଯାଇଛି । ଆଜି ଚେନ୍ନାଇ ବିମାନବନ୍ଦରରେ ୧୧ଟି ଏବଂ ବିଜୟୱାଡ଼ାର ଗନ୍ନାଭରମ୍ ବିମାନବନ୍ଦରରେ ୧୦ଟି ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ହୋଇଛି ।ପ୍ରତିକୂଳ ପାଗ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଚେନ୍ନାଇରୁ ବିଜୟୱାଡ଼ା, ରାଜମହେନ୍ଦ୍ରୀ, କଡ଼ପା ଓ ତିରୁଚିରାପଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ବିମାନ ସେବା ପ୍ରଭାବିତ ହୋଇଛି । ବିମାନ ବାତିଲ ଯୋଗୁଁ ଯାତ୍ରୀଙ୍କ ଯାତାୟାତ ଯୋଜନାରେ ପରିବର୍ତ୍ତନ ଆସିଛି । ବିମାନବନ୍ଦରକୁ ବାହାରିବା ପୂର୍ବରୁ ନିଜ ବିମାନର ସ୍ଥିତି ଯାଞ୍ଚ କରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଇଣ୍ଡିଗୋ ପକ୍ଷରୁ ପ୍ରଭାବିତ ଯାତ୍ରୀଙ୍କୁ ସେମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ସୂଚନା ଦିଆଯାଉଛି । ବାତ୍ୟା ପ୍ରଭାବରେ ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପଟ୍ଟୁ ଓ ତିରୁଭାଲ୍ଲୁର ଜିଲ୍ଲାରେ ରବିବାର ରାତିରୁ ପ୍ରବଳ ବର୍ଷା ଲାଗିରହିଛି ।

Leave a Reply

Your email address will not be published. Required fields are marked *