ଭୂସ୍ଖଳନ ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ

ଭୂସ୍ଖଳନ ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ: ଏସଆରସି

ଭୂସ୍ଖଳନ ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ୩ ଜଣ ଓ ଗଜପତି ଜିଲ୍ଲାରୁ ଜଣଙ୍କ ଜୀବନ ଯାଇଛି । ଭଞ୍ଜନଗର ବାଇବାଲି ପଞ୍ଚାୟତର ଗିଡିପାବାଲି ଗାଁରେ ଭୂସ୍ଖଳନ ଯୋଗୁଁ ୧୨ ଜଣ ନିଖୋଜ ହୋଇଛନ୍ତି । ସେମାନଙ୍କୁ ଖୋଜିବାକୁ ଅଗ୍ନିଶମ, ଏସଓଜି, ଏନଡିଆରଏଫର ୧୬୦ ରୁ ୧୭୦ ଜଣ ନିୟୋଜିତ ହୋଇଛନ୍ତି ।କାଲି ରାତିଠାରୁ ସର୍ଚ୍ଚ ଅପରେସନ ଚାଲିଛି । ସ୍ବତନ୍ତ୍ର ରିଲିଫ କମିଶନର ପ୍ରଭାକର ପାଟିଲ ଏହି ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ୩୬୭ ରିଲିଫ କ୍ୟାମ୍ପରେ ୩୯ ହଜାର ୬୧୯ ଲୋକ ଅଛନ୍ତି । ଜିଲ୍ଲାରେ ମୋଟ ୧ ଲକ୍ଷ ୫ ହଜାର ୬୨୨ ଜଣ ପ୍ରଭାବିତ ହୋଇଛନ୍ତି ।ଗଜପତିରେ ୨୧ ହଜାର ୭୮୨ ଲୋକ ପ୍ରଭାବିତ । ୩୪୦ ରିଲିଫ କ୍ୟାମ୍ପରେ ସୁବିଧା ଦିଆଯାଉଛି । ଆଜି ଆସିକାରେ ବିଦ୍ୟୁତ ସଂଯୋଗ ହୋଇଯିବ । ଜିଲ୍ଲାରେ ୮୦ରୁ ୮୫ ପ୍ରତିଶତ ବିଦ୍ୟୁତ୍ ଭିତ୍ତିଭୂମି ପୁନଃରୁଦ୍ଧାର ହୋଇଛି । ଛତ୍ରପୁର ସହ ଭୀମପୁର ଗାଁରେ ଖାଦ୍ୟ ଏୟାରଡ୍ରପ କରାଯିବ ବୋଲି ଏସଆରସି କହିଛନ୍ତି ।

Leave a Reply

Your email address will not be published. Required fields are marked *