ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁଣି ଓଡ଼ିଶା ଗସ୍ତ ବାତିଲ୍
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ କୌଣସି କାରଣ ଯୋଗୁଁ ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଇରଙ୍ଗପୁର ଏଡିଏମ ଅଜିତ କୁମାର । ପୂର୍ବରୁ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ରାଇରଙ୍ଗପୁର ଗସ୍ତ ଅର୍ଣ୍ଣବ ବାତ୍ୟା ପାଇଁ ସ୍ଥଗିତ ରଖାଯାଇଥିଲା ।
ବର୍ତ୍ତମାନ ୩ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଠାରେ ବିଭିନ୍ନ ପ୍ରକଳ୍ପ ଗୁଡିକର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା। ଏନେଇ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଥିଲା। ସେପଟେ ଦିଲ୍ଲୀ ଯାଇଥିବା ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
