୧୬ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଅର୍ଣ୍ଣବ ପାଇଁ ୧୬ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ବାତ୍ୟା ଅର୍ଣ୍ଣବ ପାଇଁ ବଢ଼ିଲା ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି। ୧୬ଟି ଜିଲ୍ଲାରେ ଛୁଟି ଘୋଷଣା ହେଲାଣି। ଶିଶୁବାଟିକା ଠାରୁ ଦ୍ବାଦଶ ଯାଏଁ ବନ୍ଦ ରହିବ। ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ। ତେବେ ଶିକ୍ଷକମାନଙ୍କୁ ସ୍କୁଲ୍ ଆସିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା ହୋଇଥିବା ଜିଲ୍ଲା ଗୁଡିକ ହେଲା, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନୟାଗଡ଼, କଳାହାଣ୍ଡି , ନୂଆପଡ଼ା, କଟକ, କନ୍ଧମାଳ, ବଲାଙ୍ଗୀର ଏବଂ କେନ୍ଦ୍ରାପଡା।

Leave a Reply

Your email address will not be published. Required fields are marked *