ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରୁ ରାଷ୍ଟ୍ରୀୟ ଏକତା ଦିବସ ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ନ୍ୟୁ ରେଳଷ୍ଟେସନରୁ ଏହି ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ଅକ୍ଟୋବର ୩୧ରେ ସର୍ଦ୍ଦାର ଭାଇ ପଟେଲଙ୍କ ୧୫୧ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି । ଏ ଅବସରରେ ଗୁଜରାଟରେ ରାଷ୍ଟ୍ରୀୟ ଏକତା ଦିବସ ପରଡେ ଆୟୋଜିତ ହେବ ।କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷର ପରେଡର ବିଷୟବସ୍ତୁ ରହିଛି ‘ନକ୍ସଲମୁକ୍ତ ଭାରତ’। ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିମାନେ ନକ୍ସଲମୁକ୍ତ ଭାରତର ବାର୍ତ୍ତା ନେଇ ଗୁଜରାଟ ଏକତା ନଗର ଅଭିମୁଖେ ଯାତ୍ରା କରିଛନ୍ତି । ରାଜ୍ୟର ୧୯ଟି ଜିଲ୍ଲାରୁ ପ୍ରତ୍ୟେକ ଜିଲ୍ଲାର ୫୦ ଜଣ ଲେଖାଏଁ ଏକ ହଜାର ପ୍ରତିନିଧି ସାମିଲ ହୋଇଛନ୍ତି । ତେବେ ଯେଉଁମାନେ ଭାରତରେ ଲମ୍ବା ସମୟ ଧରି ଶାସନ କରୁଥିଲେ ସେମାନେ ସର୍ଦ୍ଦାର ପଟେଲଙ୍କୁ ଅଣଦେଖା କରି ଆସୁଥିଲେ । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ସର୍ଦ୍ଦାର ପଟେଲଙ୍କୁ ପ୍ରକୃତ ସମ୍ମାନ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *