ରାହୁଲ ଗାନ୍ଧୀଙ୍କ କାରକେଡ ଦୁର୍ଘଟଣାଗ୍ରସ୍ତ

ରାହୁଲ ଗାନ୍ଧୀଙ୍କ କାରକେଡ ଦୁର୍ଘଟଣାଗ୍ରସ୍ତ

ରାହୁଲ ଗାନ୍ଧୀଙ୍କ କାରକେଡ ଦୁର୍ଘଟଣାଗ୍ରସ୍ତ। ଲକ୍ଷ୍ନୌରୁ ସୁଲତାନପୁର ଯାଉଥିବା ବେଳେ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସେୱରେ କାରକେଡ ଦୁର୍ଘଟଣାଗ୍ରସ୍ତ ହୋଇଛି। କାରକେଡ ପଛରେ ଯାଉଥିବା ୪ରୁ ୫ଟି ଗାଡ଼ି ଏବଂ ଗୋଟିଏ ଆମ୍ବୁଲାନ୍ସ ପରସ୍ପର ସହ ଧକ୍କା ହୋଇଥିଲେ। ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ରାହୁଲ ସୁରକ୍ଷିତ ଥିବା ସୂଚନା ମିଳିଛି।

ଏହି ଘଟଣାର ତଦନ୍ତ ପାଇଁ SIT ଗଠନ କରାଯାଇଛି। ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଗଠିତ ଏହି ଟିମ ଦୁର୍ଘଟଣାର ପ୍ରକୃତ କାରଣ, ଘଟଣା ସମୟର ପରିସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ରହିଥିଲା କି ନାହିଁ, ସେସବୁର ତଦନ୍ତ କରିବ।

Leave a Reply

Your email address will not be published. Required fields are marked *