ଆସୁଛି ଲଘୁଚାପ, ହେବ କି ବାତ୍ୟା?

ଅକ୍ଟୋବର ୨୮ରେ ବାତ୍ୟା ଭୟ!

ପୁଣି ଅକ୍ଟୋବରରେ ଓଡ଼ିଶା ଦେଖିବ କି ବାତ୍ୟା। ଦିନ ଯେତିକି ଗଡ଼ୁଛି ଛନକା ସେତିକି ବଢୁଛି । ଏସବୁ ଭିତରେ ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କରିଛି ଘୂର୍ଣ୍ଣିବଳୟ । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି।

ଅନେକ ବିଦେଶୀ ପାଣିପାଗ ମଡେଲ ବାତ୍ୟା ସୃଷ୍ଟି ହେବା ନିଶ୍ଚିତ ବୋଲି ଦର୍ଶାଇଛନ୍ତି। ଏପରିକି ସାଇକ୍ଲୋନ୍ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛନ୍ତି। ୟୁରୋପିଆନ୍ ମଡେଲ କହିଛି, ସମ୍ଭାବ୍ୟ ବାତ୍ୟା ୨୭ତାରିଖ ବେଳକୁ ଉପକୂଳ ନିକଟବର୍ତ୍ତୀ ହୋଇପାରେ । ଯାହାକି ୨୮ରେ ଉପକୂଳକୁ ଛୁଇଁପାରେ। ତେବେ ଏହା କେଉଁ ଅଂଚଳରେ ଏବଂ କେବେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନି। ଏପରିକି ସମ୍ଭାବ୍ୟ ବାତ୍ୟାର ଶକ୍ତି ଓ ଗତିପଥ ବି ଅନିଶ୍ଚିତ। ସେପଟେ ବାତ୍ୟା ନେଇ ଏଯାଏ କୌଣସି ସୂଚନା ଜାରି କରିନି IMD। ତେବେ ପାଗ ଅନୁକୂଳ ଥିବାରୁ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।

Leave a Reply

Your email address will not be published. Required fields are marked *