ମ୍ୟାଚ୍ ଅଧାରୁ ଛାଡି ଆସିବାରୁ ଟ୍ରୋଲ୍ ହେଉଛନ୍ତି ବୁମରା
ସୋସିଆଲ ମିଡିଆରେ କ୍ରିକେଟର ବୁମରା ହେଉଛନ୍ତି ଟ୍ରୋଲ । ଏସିଆ କପ୍ ମୁକାବିଲାରେ ମାତ୍ର ମ୍ୟାଚ୍ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଭାରତ ଫେରିଆସିଛନ୍ତି ଷ୍ଟାର୍ ପେସର୍ ଯଶପ୍ରୀତ ବୁମରା । ସୁପର୍-4 ଷ୍ଟେଜ୍ ଖେଳ ପର୍ଯ୍ୟନ୍ତ ଟିମରେ ରହିବେନି ଏହି ଷ୍ଟାର୍ ପେସର୍ । କୌଣସି ଆଘାତ ଜନିତ ସମସ୍ୟା ନୁହେଁ ବ୍ୟକ୍ତିଗତ କାରଣ ଥିବାରୁ ସେ ଭାରତ ଫେରିଥିବା ସୂଚନା ମିଳିଛି । ଦିନକ ପୂର୍ବରୁ ବୁମାରଙ୍କର ପୁଅ ହୋଇଥିବାରୁ ସେ ଏସିଆ କପ୍ ଅଧାରୁ ଫେରି ଆସିଥିବା ଚର୍ଚ୍ଚା ହେଉଛି । ଆଉ ଏହାକୁ ନେଇ ବୁମରାଙ୍କକୁ ଖୁବ୍ ଟ୍ରୋଲ୍ କରୁଛନ୍ତି ନେଟିଜେନ୍ସ। ବୁମରାଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ଫ୍ୟାନ୍ସ ନାପସନ୍ଦ କରିଛନ୍ତି। ବିଶେଷ କରି ତାଙ୍କ ପ୍ରଦର୍ଶନକୁ ଯେଉଁମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। କାରଣ ଦୀର୍ଘଦିନ ଧରି ଆହତ କାରଣରୁ ଟିମରୁ ବାଦ୍ ପଡିଥିଲେ ବୁମରା। ଏସିଆ କପ୍ ପୂର୍ବରୁ ସୁସ୍ଥ ହେବା ପରେ ଦଳରେ ସାମିଲ୍ ହୋଇଥିଲେ। ଏହି ଟୁଣ୍ଣାମେଣ୍ଟରେ ଭାରତ ଏଯାବତ୍ କେବଳ ଗୋଟିଏ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିଛି। ଆଜି ଶ୍ରୀଲଙ୍କାରେ ନେପାଳ ବିପକ୍ଷ ମ୍ୟାଚ୍ ଥିଲା।