ପୁଣି ଚନ୍ଦ୍ରପୃଷ୍ଠରେ ଉଡ଼ିଲା ବିକ୍ରମ

ଇସ୍ରୋକୁ ଚନ୍ଦ୍ର ଅଭିଯାନରେ ଆଉ ଏକ ସଫଳତା !

ପୁଣି ନୂଆ ଏକ ସଫଳତା ହାସଲ କଲା ଚନ୍ଦ୍ରାୟନ-3 । ପୁଣି ଥରେ ନିଜ ସ୍ଥାନରୁ ଉପରକୁ ଉଡିଛି ଲ୍ୟାଣ୍ଡର ବିକ୍ରମ । ଯାହାର ଭିଡିଓ ମଧ୍ୟ ଇସ୍ରୋ ପକ୍ଷରୁ ଜାରି ହୋଇଛି । ତେବେ ସୂଚନା ଅନୁଯାୟୀ ୩୦ରୁ ୪୦ ସେଣ୍ଟିମିଟର ଦୂରରେ ପୁଣି ସଫ୍ଟ ଲ୍ୟାଣ୍ଡିଂ କରିଛି ଲ୍ୟାଣ୍ଡର । ଲ୍ୟାଣ୍ଡିଂ ସ୍ଥଳରୁ ୪୦ ସେମି ଉଚ୍ଚକୁ ଉଠିବା ସହ ୩୦ରୁ ୪୦ ସେମି ଦୂରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି । କମାଣ୍ଡ ଅନୁସାରେ ଇଞ୍ଜିନ ଫାୟାର ହେବା ସହ ନିଜେ ନିଜକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରିବାରେ ସଫଳ ହୋଇଛି ଲ୍ୟାଣ୍ଡର ବିକ୍ରମ । ଲ୍ୟାଣ୍ଡରର ଏହି ସଫଳତା ପରେ ଭବିଷ୍ୟତରେ ବିକ୍ରମ ଫେରିବା ସହ ମାନବ ମିଶନ ସଫଳ ହେବା ଆଶା ବଢ଼ିଛି । ଚନ୍ଦ୍ରଯାନ-୩ର ସବୁ ସିଷ୍ଟମ ସ୍ବାଭାବିକ କାର୍ଯ୍ୟ କରୁଛି ବୋଲି ଇସ୍ରୋ ଟୁଇଟ କରି ସୂଚନା ଦେଇଛି । ତେବେ ଏହି ଖବର ସଭିଙ୍କୁ ଅନେକ ଖୁସି ଦେଇଥିବା ଦେଖିବାକୁ ମିଳିଛି ।