ଭାରତରେ ପ୍ରସ୍ତୁତ ହେଉଥିବା ୭ଟି କଫ୍ ସିରଫକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କଳା ତାଲିକାଭୁକ୍ତ କରିଛି । ଆଫ୍ରିକୀୟ ଦେଶ ଗାମ୍ବିଆ ସମେତ ବିଶ୍ୱର ୩୦୦ ଲୋକଙ୍କ ମୃତ୍ୟୁ ପରେ ଏହିସବୁ କଫ ସିରଫକୁ ବ୍ୟାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି କି, ନକଲି ଔଷଧକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ଏହାସହ ଔଷଧର ଗୁଣବତ୍ତା ସୁନିଶ୍ଚିତ କରିବାକୁ ବ୍ୟାପକ ବିଶ୍ଳେଷଣ କରାଯାଉଛି । ଭାରତ ଔଷଧ ପ୍ରସ୍ତୁତ ବେଳେ ଗୁଣବତ୍ତାରେ କୌଣସି ସାଲିସ କରିବନାହିଁ । ନକଲି ଔଷଧ ଖାଇ ଯେଭଳି କୌଣସି ଲୋକଙ୍କର ମୃତ୍ୟୁ ନହେଉ ତା ଉପରେ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
Related Posts
ବ୍ରେନ୍ ଟ୍ୟୁମରରେ ପୀଡିତଙ୍କ ସ୍ୱପ୍ନ ହେଲା ପୂରଣ
- User 003
- June 27, 2024
- 0
ସଂସଦର ଲୋକସଭାରେ ଚାଲିଛି ଶପଥ ସମାରୋହ
- User 003
- June 24, 2024
- 0
ଜାପାନ ହାନେଡ଼ା ବିମାନବନ୍ଦରରେ ଜଳିଗଲା ବିମାନ
- User 003
- January 2, 2024
- 0