ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ : ଆଇନ ମନ୍ତ୍ରୀ
ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନ ,ଭିଡ ନିୟନ୍ତ୍ରଣ ଓ ଶ୍ରୀମନ୍ଦିରରେ ଶୃଙ୍ଖଳା ରକ୍ଷା ପାଇଁ ଧାଡ଼ି ଦର୍ଶନ ପରିବର୍ତ୍ତେ ମ୍ୟାନ ମେଡ୍ ବ୍ୟାରିକେଡ଼ ଦର୍ଶନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖିଛି ପ୍ରତିହାରୀ ନିଯୋଗ । ରାଜ୍ୟ ସରକାର ଓ ଆଇନ ମନ୍ତ୍ରୀ ପ୍ରତିହାରୀ ନିଯୋଗ ସହ ଆଲୋଚନା କଲେ ଆମେ ଶୃଙ୍ଖଳିତ ଦର୍ଶନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇପାରିବୁ।ଅନ୍ୟ ପଟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ପ୍ରତିହାରୀ ନିଯୋଗ ଦ୍ୱାରା ମ୍ୟାନ ମେଡ୍ ବ୍ୟାରିକେଡ଼ ବା ରଶି ଦ୍ବାରା ବ୍ୟାରିକେଡ଼ କରିବା ଅତ୍ୟଧିକ ଗହଳି ସମୟରେ ସମ୍ବବପର ନୁହେଁ । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ଡିଜାଇନ୍ ଅନୁସାରେ ରାମ୍ପ ପ୍ରସ୍ତୁତ ହୋଇଛି । ଏ ନେଇ ପ୍ରତିହାରୀ ନିଯୋଗ ସହ ଆଲୋଚନା ହୋଇଛି।ଅନ୍ୟ ନିଯୋଗ ସହ ଆଲୋଚନା କରାଯାଇ ସହମତି ପରେ ପରିଚାଳନା କମିଟିରେ ଆଲୋଚନା ହୋଇ ନିଷ୍ପତି ପରେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ।
