ଓଡ଼ିଶା ହକି ସଂଘକୁ ବଡ଼ ଝଟକା

ହକି ଇଣ୍ଡିଆ ପକ୍ଷରୁ ଓଡ଼ିଶା ହକି ଆସୋସିଏସନ୍‌କୁ କାରଣ ଦର୍ଶାଅ ନୋଟିସ୍

ଓଡ଼ିଶା ହକି ସଂଘକୁ ବଡ଼ ଝଟକା । ଜିଲ୍ଲା ହକି ସଂଘରେ ନିର୍ବାଚନ ହୋଇନଥିବାରୁ ଅଡୁଆରେ ଓଡ଼ିଶା ହକି ସଂଘ । ସ୍ଥାୟୀ ସଦସ୍ୟତା ହଟାଇବା ପାଇଁ ହକି ଇଣ୍ଡିଆର ନୋଟିସ ପରେ ସରଗରମ ରାଜନୀତି । ସ୍ଥାୟୀ ସଦସ୍ୟତା କାହିଁକି ସହଯୋଗୀ ସଦସ୍ୟତାରେ ପରିବର୍ତ୍ତନ କରାନଯିବ ତାହା ଉତ୍ତର ରଖିବା ହକି ଇଣ୍ଡିଆ କାରଣ ଦର୍ଶାଅ ନୋଟିସରେ କହିଛି ।ଏହା ବିଜେପି ସରକାରଙ୍କ ଅପାରଗତାକୁ ଦର୍ଶାଉଛି ବୋଲି ବିଜେଡି କହିଛି। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ହକି ବିଶ୍ବକପ୍ ଓଡିଶାରେ ଦୁଇଥର ଆୟୋଜନ ହୋଇଛି । ଓଡିଶା ହକି ସଂଘ କାରଣ ଦର୍ଶାଅ ନୋଟିସ ଜାରି ନେଇ ରାଜ୍ୟ ସରକାରଙ୍କୁ ସିଧା ନିଶାନ କରିଛି ବିଜେଡି । ହକି ଇଣ୍ଡିଆର କାରଣ ଦର୍ଶାଅ ନୋଟିସର ଜବାବ ହକି ଓଡ଼ିଶା ରଖିବ ବୋଲି ବିଜେପି କହିଛି ।

Leave a Reply

Your email address will not be published. Required fields are marked *