ମହାପ୍ରଭୁଙ୍କୁ ଲାଗି ହେବ ସୁବର୍ଣ୍ଣର ରାହୁରେଖା

ଆଜି ଶ୍ରୀମନ୍ଦିରରେ ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁରେଖା । ଆଜି ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥି ହୋଇଥିବା ବେଳେ ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଅନୁଷ୍ଠିତ ହେବ ରାହୁରେଖା ଲାଗି ନୀତି । ଏହା ଏକ ଗୁପ୍ତାନୀତି ହୋଇଥିବା ବେଳେ ଏନେଇ ୫ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଚି । ସୂଚନା ଅନୁସାରେ ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ ।

ଏହି ନୀତି ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଚାଲୁ ରହିବ । ମହାପ୍ରଭୁଙ୍କର ଏହା ଗୁପ୍ତନୀତି ହୋଇଥିବା ସହ ପୂର୍ବରୁ ଅଣସର ଗୃହରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କର ମସ୍ତକରୁ ରାହୁରେଖା ଓଲାଗି କରାଯାଇଥିଲା। ଆଜି ପୁନଃ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁବର୍ଣ୍ଣର ରାହୁରେଖା ଲାଗି କରାଯିବ। ଏଣୁ ପ୍ରଥମ ଭୋଗମଣ୍ଡପ ଶେଷ ହେବାପରେ ଅପରାହ୍ନ ୩ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।