ବସ୍‌ରୁ ଓହ୍ଲାଇ ଚାଲି ଚାଲି ଗଲେ ଯାତ୍ରୀ

ଓଡ଼ିଶା ବନ୍ଦରେ ଜନଜୀବନ ପ୍ରଭାବିତ

ଓଡ଼ିଶା ବନ୍ଦ ଯୋଗୁ ଜନଜୀବନ ପ୍ରଭାବିତ । ଗନ୍ତବ୍ୟସ୍ତଳକୁ ଯାଇପାରୁନାହାନ୍ତି ଯାତ୍ରୀ । ଗଡୁନି ଆମ ବସ୍ । ବସରୁ ଓହ୍ଲାଇ ଚାଲି ଚାଲି ଯାଉଛନ୍ତି ଲୋକ । କିଛି ସ୍ଥାନରେ ଆନ୍ଦୋଳନକାରୀ ଓ ଜନସାଧାରଣଙ୍କ ମଧ୍ୟରେ ଯୁକ୍ତିତର୍କ ଭଳି ସ୍ଥିତି ଉପୁଜୁଛି । ଭୁବନେଶ୍ବରରେ ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଡିସିପି । ସେପଟେ ବନ୍ଦ ଯୋଗୁ ଚାଲି ଚାଲି ସ୍କୁଲ ଗଲେ ପାଚିକା । ସକାଳୁ ବସ୍ ଯୋଗେ ବାହାରିଥିଲେ । ବନ୍ଦ ଯୋଗୁ ଆଗୁଆ ସ୍କୁଲ ଆସିବାକୁ କହିଥିଲେ କର୍ତ୍ତୃପକ୍ଷ । ହେଲେ ରାସ୍ତାରେ ବସ୍ ଆଉ ନଯିବାରୁ ଚାଲି ଚାଲି ଯାଇଥିବା କହିଛନ୍ତି ପାଚିକା ।ଏପଟେ ବନ୍ଦ ଯୋଗୁଁ ସ୍କୁଲ ଯିବାକୁ ମଧ୍ୟ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ବନ୍ଦ ଯୋଗୁଁ ଜଣେ ପାଚିକାଙ୍କୁ ଚାଲି ଚାଲି ସ୍କୁଲ ଯିବାକୁ ପଡ଼ିଛି । ସେ କହିଛନ୍ତି, ସକାଳୁ ବସ୍ ଯୋଗେ ସ୍କୁଲ ଯିବା ପାଇଁ ବାହାରିଥିଲେ। ବନ୍ଦକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଆଗୁଆ ସ୍କୁଲରେ ପହଞ୍ଚିବାକୁ କହିଥିଲେ । ହେଲେ ରାସ୍ତାରେ ବସ୍ ଆଉ ଆଗକୁ ନଯିବାରୁ ବାଧ୍ୟ ହୋଇ ବସ୍‌ରୁ ଓହ୍ଲାଇ ଚାଲି ଚାଲି ସ୍କୁଲ ଯାଇଥିବା ସେ କହିଛନ୍ତି । ଏଭଳି ଭାବେ ବନ୍ଦର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

Leave a Reply

Your email address will not be published. Required fields are marked *