ଭାରତୀୟ ସିନେମା ଜଗତ ପାଇଁ ଅପୂରଣୀୟ କ୍ଷତି

ନାନା ପାଟେକରଙ୍କ ପରଲୋକ, ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ନେତାଙ୍କ ଶୋକ

ଭାରତୀୟ ସିନେମା ଜଗତ ପାଇଁ ଅପୂରଣୀୟ କ୍ଷତି । ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଛି । ଗୁରୁବାର ସକାଳେ ଗୋଆର ଡୋନା ପାଉଲାସ୍ଥିତ ତାଙ୍କ ବାସଭବନରେ ହୃଦ୍ଘାତ ହେବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ନେତା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ନାନା ପାଟେକରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ନାନାଙ୍କ ଅଭିନୟର ବିଶିଷ୍ଟ ଶୈଳୀ, ଦମଦାର ଉପସ୍ଥିତି ଏବଂ ବିଭିନ୍ନ ଚରିତ୍ରକୁ ଜୀବନ୍ତ କରିବାର କ୍ଷମତାକୁ ସେ ପ୍ରଶଂସା କରିଛନ୍ତି । ନାନା ପାଟେକରଙ୍କ ଭଳି ଅଭିନୟ କରିପାରୁଥିବା କଳାକାର ବହୁତ କମ୍ । ତାଙ୍କ ଅଭିନୀତ ଅନେକ ଚରିତ୍ରକୁ ଅନେକ ପିଢି ମନେ ରଖିବେ । ହିନ୍ଦୀ ଓ ମରାଠୀ ସିନେମା ପ୍ରତି ନାନାଙ୍କ ଅବଦାନ ଅତୁଳନୀୟ ବୋଲି ମୋଦି କହିଛନ୍ତି ।ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନାନା ପାଟେକରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ନାନାଙ୍କ ମୃତ୍ୟୁକୁ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *