ଆଜିଠୁ ହବିଷିଆଳୀଙ୍କ ଅନଲାଇନ୍ ଆବେଦନ

ଆଜିଠାରୁ ନିଶୁଳ୍କ ହବିଷିଆଳୀ ଯୋଜନା ପାଇଁ ଅନଲାଇନ୍ ଆବେଦନ

ଆଜିଠୁ ହବିଷିଆଳୀଙ୍କ ଅନଲାଇନ୍ ଆବେଦନ । ଆଜିଠାରୁ ନିଶୁଳ୍କ ହବିଷିଆଳୀ ଯୋଜନା ପାଇଁ ଅନଲାଇନ୍ ଆବେଦନ । edistrict.odisha.gov.in ପୋର୍ଟାଲ୍ ରେ ହେବ ଆବେଦନ । ଧାର୍ଯ୍ୟ ସଂଖ୍ୟା ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ରେଜିଷ୍ଟ୍ରେସନ୍ । ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳିବେ ହବିଷିଆଳି ।ଚଳିତ ବର୍ଷ ପୁରୀରେ ୩୦ ଜିଲ୍ଲାରୁ ୨୫୦୦ ହବିଷିଆଳି ରହିବାକୁ ଯୋଜନା ହୋଇଛି। ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ରହଣୀ ବ୍ୟବସ୍ଥା ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ହବିଷିଆଳିଙ୍କ ରହଣୀ,ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ,ସ୍ୱେଚ୍ଛାସେବୀ ମୁତୟନ , ଭଜନ କୀର୍ତ୍ତନ ,ପୂଜା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *