ଅମିତ ରୋହିଦାସ ଓ ଶିଳାନନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଏସିଆନ୍ ହକି ସ୍ୱର୍ଣ୍ଣ ପରେ ଅମିତ ରୋହିଦାସ ଓ ଶିଳାନନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଏସିଆନ୍ ଗେମ୍ସରେ ପୁରୁଷ ହକିରେ ସ୍ୱର୍ଣ୍ଣ ପଦକ ବିଜୟ ପରେ ଭାରତୀୟ ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରାଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏଥିସହ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ଓଡ଼ିଶା ସରକାର । ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ । ସେହିପରି ଦଳର କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୫.୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ । ଏସିଆନ୍‌ ଗେମ୍ସରେ ଭାରତୀୟ ହକି ଦଳର ଐତିହାସିକ ସଫଳତାକୁ ନେଇ ଓଡ଼ିଶାରେ ମଧ୍ୟ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *