ଆଜି ବି ସରଗରମ ରହିବ ଗୃହ
ଆଜି ବିଧାନସଭା ମୌସୁମୀ ଅଧିବେଶନ ର ଚତୁର୍ଥ ଦିନ। ଚତୁର୍ଥ ଦିନରେ ବି ବିଧାନସଭା ରେ ଅଚଳାବସ୍ଥା ଲାଗିରହି ପାରେ। mmdr ପ୍ରସଙ୍ଗ ରେ ବିରୋଧୀ ବିଜେଡ଼ି ଓ କଂଗ୍ରେସ ଏକାଠି ହୋଇ ସରକାରୀ ଦଳକୁ ଶାଣିତ ଆକ୍ରମଣ କରୁଛନ୍ତି। ଆଜି ବି ଉଭୟ ଦଳ ଗୃହ କାର୍ଯ୍ୟ ଆରମ୍ଭ ରୁ ହଙ୍ଗାମା କରି ପାରନ୍ତି। ତେବେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସଂସ୍କୃତି, କ୍ରୀଡା ଓ ଯୁବ ସେବା ବିଭାଗ ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି।
