ବର୍ଷା ପାଇଁ ବଢ଼ିପାରେ ସ୍କୁଲ ଛୁଟି
ପ୍ରବଳ ବର୍ଷା ଯୋଗୁଁ ଆହୁରି ଦିନେ ଦୁଇଦିନ ସ୍କୁଲ ଛୁଟି ବଢ଼ିପାରେ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଅତ୍ୟଧିକ ବର୍ଷାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ଜିଲ୍ଲାପାଳଙ୍କ ପକ୍ଷରୁ ଦୁଇଦିନ ପାଇଁ ସ୍କୁଲ ବନ୍ଦ ଘୋଷଣା କରାଯାଇଥିଲା। ବାରମ୍ବାର ଲଗାଣ ବର୍ଷା ଯୋଗୁଁ ସ୍କୁଲ ବନ୍ଦ ରହୁଥିବାରୁ ଶିକ୍ଷାବର୍ଷ ପ୍ରଭାବିତ ହେଉଛି । ଏହା ସହ ପିଲାମାନଙ୍କ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ଆବଶ୍ୟକ ପଡ଼ିଲେ ପାଠପଢ଼ାର ଅଭାବକୁ ପୂରଣ କରିବା ପାଇଁ ଅତିରିକ୍ତ କ୍ଲାସ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
