ସୂର୍ଯ୍ୟଙ୍କ ସନ୍ଧାନରେ ଆଦିତ୍ୟ

L1 ରେ ରହି ସୂର୍ଯ୍ୟଙ୍କ ଗତିବିଧି ଅନୁଧ୍ୟାନ କରିବ ଆଦିତ୍ୟ ମିଶନ

ସୂର୍ଯ୍ୟ, ସକଳ ଶକ୍ତିର ଆଧାର। ଆଉ ପୃଥିବୀର ନିକଟତମ ନକ୍ଷତ୍ର ମଧ୍ୟ। ପୃଥିବୀ ଠାରୁ ଏହାର ଦୂରତା ପ୍ରାୟ ୧୫କୋଟି ଲକ୍ଷ କିଲୋମିଟର । ତେବେ ଆଜିର ବିଜ୍ଞାନୀ ମଣିଷ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଦେବତା ରୁପେ ମାନିବାକୁ ପ୍ରସ୍ତୁତ ନଥିବା ବେଳେ ଏବେ ଏହାରି ଉପରେ ଅନୁସନ୍ଧାନ ଆରମ୍ଭ କରିସାରିଲାଣି। ନିକଟ ଅତୀତରେ ଭାରତ ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ପାଦ ଥାପିବାରେ ସଫଳ ହୋଇଛି। ତେଣୁ ଅନୁସନ୍ଧିତ୍ସୁ ଭାରତ ମହାକାଶ ଗବେଷଣାରେ ଆଉ ପାଦେ ଆଗକୁ ଆଗେଇ କରିଛି ସୂର୍ଯ୍ୟ ମିଶନ ବା ଆଦିତ୍ୟ ଏଲ୍ ୱାନ୍ । ସୂର୍ଯ୍ୟ ପୃଥିବୀ ମଧ୍ୟରେ ଏକ ପଏଣ୍ଟ ହେଉଛି ।

ଯେଉଁଠି ପୃଥିବୀର ମାଧ୍ୟାକର୍ଷଣ ସୂର୍ଯ୍ୟଙ୍କର ମହକର୍ଷଣ ଶକ୍ତି କାମ କରିନଥାଏ। ଯାହା ଏକ ନ୍ୟୁଟ୍ରାଲ ପଏଣ୍ଟ ଏହାର ନାଁ L1 । ଏହି ପଏଣ୍ଟ ରେ ପହଞ୍ଚିବାକୁ ଆଦିତ୍ୟ ମିଶନ କୁ ଲାଗିବ ପ୍ରାୟ ୪ମାସ । ଏହା ପୃଥିବୀ ନିକଟରୁ ୧୫ଲକ୍ଷ କିଲୋମିଟର, ଅର୍ଥାତ୍ ସୂର୍ଯ୍ୟଙ୍କ ଦୂରତାର ୧୦ଭାଗରୁ ଭାଗେ ମାତ୍ର। ଏହି ପଏଣ୍ଟ ରେ ରହି ସୂର୍ଯ୍ୟଙ୍କ ପ୍ରତିଟି ଗତିବିଧିକୁ ଅନୁଧ୍ୟାନ କରିବ ଆଦିତ୍ୟ। ସବୁଠୁ ବଡ଼ କଥା ହେଲା କି L1 ସ୍ଥାନରେ ସ୍ପେସକ୍ରାଫ୍ଟ ରହିଲେ ଇନ୍ଧନ ଖର୍ଚ୍ଚ କମ୍ ହୁଏ। ତେଣୁ ଏହି ସ୍ଥାନରେ ରହି ତଥ୍ୟ ପଠାଇବ ଆଦିତ୍ୟ। ଯାହା ଆଉ କିଛି ଦିନ ପରେ ପୁରା ସ୍ପଷ୍ଟ ହୋଇଯିବ।