୨୦୨୯ ପୂର୍ବରୁ ୨୧ ରାଜ୍ୟରେ UCC
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏହି ଘୋଷଣା ପରେ ୟୁନିଫର୍ମ ସିଭିଲ୍ କୋଡ୍ ବା ସମାନ ନାଗରିକ ସଂହିତାକୁ ନେଇ ପୁଣ ଥରେ ସାରା ଦେଶରେ ଚର୍ଚ୍ଚା। ଶାହଙ୍କ ଘୋଷଣା ମୁତାବକ, ଆସନ୍ତା ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଓ ଏନଡିଏ ଶାସିତ ୨୧ଟି ରାଜ୍ୟରେ ୟୁସିସି ଲାଗୁ ହେବ। ବଡ଼ ପ୍ରଶ୍ନ, ଓଡ଼ିଶାରେ କେବେ ? ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏବେ ୟୁସିସି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତିର କୌଣସି ଆବଶ୍ୟକତା ନାହିଁ। ଏହି ପ୍ରସଙ୍ଗ କେନ୍ଦ୍ର ସରକାରଙ୍କର ବିଚାରାଧିନ ଅଛି। ତେବେ ବିଜେପି ଏହାର ନିର୍ବାଚନୀ ଇସ୍ତାହାରରେ ଦେଶରେ ସମାନ ନାଗରିକ ସଂହିତା ଲାଗି କରିବା ନେଇ ପ୍ରତିଶ୍ରୁତି ଦେଇଥିଲା। ଏହି ଆଇନ୍ ଲାଗୁ ହେଲେ ସମସ୍ତେ ସମାନ ଅଧିକାର ପାଇବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ କହିଛନ୍ତି।
