ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ ଆଇସକ୍ରିମ ଓ ପାଣି

ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ ଆଇସକ୍ରିମ ଓ ପାଣି

ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ ଆଇସକ୍ରିମ, ସେହିପରି ଓମ୍ଫେଡ ପାଣି ବି ଆସିବ l ଏ ନେଇ ବୋର୍ଡରେ ଆଲୋଚନା ଚାଲିଛି, ବୋର୍ଡ ଅନୁମୋଦନ ପରେ ଏହା ବଜାରକୁ ଆସିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓମଫେଡର ଗୁଣବତ୍ତା ରହିଛିl ତ୍ରିସ୍ତରୀୟ ଚେକିଂ ହୁଏ l ଫ୍ୟାଟ୍ ଚେକିଂ ହୁଏ, ଅପମିଶ୍ରଣ ହୁଏନି, ଯଦି ଅପମିଶ୍ରଣ ହୁଏ, କାର୍ଯ୍ୟାନୁଷ୍ଠାନ ନିଆଯାଏ l ସେପଟେ କୃଷକ ଅଧିକ ସ୍ୱାବଲମ୍ବି ହେବାଲାଗି ଓମଫେଡ୍ କ୍ଷୀରର ଦର ଦୁଇ ଟଙ୍କା ବୃଦ୍ଧି କରାଯାଇଥିବା ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *