ଜମି ଜାଲିଆତିରେ ଲାଗିବ ବ୍ରେକ୍

ଜମି ଜାଲିଆତିରେ ଲାଗିବ ବ୍ରେକ୍

ଜମି ଜାଲିଆତିରେ ଲାଗିବ ବ୍ରେକ । ଆଉ ବେଆଇନ ଭାବେ ପୁରୁଣା ରେକର୍ଡ ବଦଳାଇ ପାରିବେନି କି ଗାଏବ ବି କରି ପାରିବେନି । କାହିଁକି ନା ୯୯ ପ୍ରତିଶତ ରେକର୍ଡ ଅଫ ରାଇଟର ଡିଜିଟାଇଜେସନ କରି ସାରିଲେଣି ରାଜ୍ୟ ସରକାର । ଜମିଜମା ଡିଜିଟାଇଜେସନ ନେଇ କେନ୍ଦ୍ରକୁ ରିପୋର୍ଟ ଦେବେ ରାଜସ୍ବ ମନ୍ତ୍ରୀ ।ସବୁ ରାଜ୍ୟ ସହ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଭରଚୁଆଲ ବୈଠକ। ରାଜ୍ୟରେ ୯୯.୮୮ ପ୍ରତିଶତ ରେକର୍ଡ ଅଫ ରାଇଟ ଡିଜିଟାଇଜେସନ୍ କରି ସାରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ୨ କୋଟି ୨୨ହଜାର ୩୫୯ଟି ରେକର୍ଡ ଅଫ ରାଇଟ ଥିବାବେଳେ, ସେଥିରୁ ୧ କୋଟି ୯୯ ଲକ୍ଷ ୮୬ ହଜାର ୪୮୭ ମଧ୍ୟ କମ୍ପୁଟରିକରଣ ହୋଇଛି। ସେହିପରି ୫୧ ହଜାର ୮୦୨ଟି ଗାଁ ଭିତରୁ ୫୧ ହଜାର ୭୪୨ ଗାଁର କମ୍ପ୍ୟୁଟର ଲ୍ୟାଣ୍ଡ ରାଇଟ ଏବଂ ମ୍ୟାପ ଡିଜିଟାଇଜେସନ ସରିଛି। ସେହିଭଳି ୩୨୧ ସବରେଜିଷ୍ଟର ଅଫିସରୁ ୨୧୩ ଅଫିସ କମ୍ପ୍ୟୁଟରିକରଣ ହୋଇଛି । ୬ କୋଟି ବ୍ୟୟରେ ମଡର୍ଣ୍ଣ ରେକର୍ଡ ରୁମ ନିର୍ମାଣ ହେଉଛି । ସମ୍ପୂର୍ଣ୍ଣ ରାଜସ୍ବ ନେଟୱର୍କ ଡିଜିଟାଇଜେସନ ହେବ । ଯାହାଦ୍ୱାରା ଜାଲିଆତି କରିବା, ରେକର୍ଡ ଉଭାନ କରିବା ସମ୍ପୂର୍ଣ୍ଣ ଅସମ୍ଭବ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

Leave a Reply

Your email address will not be published. Required fields are marked *