ଗତବର୍ଷ ତୁଳନାରେ ବଢ଼ିଲେ ୨.୬୧ ଲକ୍ଷ ଚାଷୀ

ଧାନ ବିକ୍ରି ପାଇଁ ଚାଷୀଙ୍କ ରେକର୍ଡ ପଞ୍ଜୀକରଣ

ଚଳିତ ବର୍ଷ ରେକର୍ଡ ପଞ୍ଜୀକରଣ । ବଡ଼ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିଛନ୍ତି, ଓଡ଼ିଶାରେ ଚାଷୀମାନେ ଚଳିତ ଖରିଫ ଋତୁରେ (୨୦୨୬-୨୭) ଯେଉଁ ପଞ୍ଜୀକରଣ କରିଛନ୍ତି, ତାହା ଏକ ସର୍ବକାଳୀନ ରେକର୍ଡ । ଚଳିତ ବର୍ଷ ମୋଟ ୨୨ ଲକ୍ଷ ୨୮ ହଜାର ଚାଷୀ ସେମାନଙ୍କ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ ସଫଳତାର ସହ କରିଛନ୍ତି। ଗତବର୍ଷ ଏହି ସଂଖ୍ୟା ଥିଲା ୧୯ ଲକ୍ଷ ୬୭ ହଜାର । ଅର୍ଥାତ୍‌ ଚଳିତ ବର୍ଷ ୨ ଲକ୍ଷ ୬୧ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଚାଷ କାର୍ଯ୍ୟରେ ଯୋଡ଼ି ହୋଇଛନ୍ତି। ସରକାର ସମସ୍ତ ଚାଷୀଙ୍କଠାରୁ ଧାନ କିଣିବେ । ଅଦିନିଆ ପ୍ରବଳ ବର୍ଷା କାରଣରୁ ଏ ବର୍ଷ ଅଗଷ୍ଟ ୩୧ ସୁଦ୍ଧା ସମସ୍ତଙ୍କର ପଞ୍ଜୀକରଣ ହୋଇପାରିଲା ନାହିଁ। ସେଥିପାଇଁ ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଏହି ପଞ୍ଜୀକରଣକୁ ବଢ଼ାଇଲେ । ଏବେ ଏ ପ୍ରକ୍ରିୟା ଶେଷ ହୋଇଛି । ଏହି ରେକର୍ଡ ପଞ୍ଜୀକରଣ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଏବଂ ଆମ ସରକାରଙ୍କ କୃଷକ କଲ୍ୟାଣକାରୀ ନୀତି ପ୍ରତି ଚାଷୀଙ୍କର ଭରସାର ପ୍ରତିଫଳନ । ଆମ ସରକାର ଚାଷୀଙ୍କୁ ଉଚିତ ମୂଲ୍ୟ, ସ୍ୱଚ୍ଛ ଧାନ କ୍ରୟ କରିବାର ବ୍ୟବସ୍ଥା ଏବଂ ତାଙ୍କ ପ୍ରାପ୍ୟ ଅର୍ଥ ସିଧା ତାଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ଭିତରେ ପଠାଇବା ଦିଗରେ କାର୍ଯ୍ୟ କରୁଥିବା କହିଛନ୍ତି ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *