କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

କ୍ଷୀର ଫ୍ୟାକ୍ଟ୍ରିରେ ନିଆଁ । କଟକ ଜଗତପୁର ପ୍ରଗତି କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏକାଧିକ ମହଲରେ ଲାଗିଛି ନିଆଁ । ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ । କଟକ ଫାୟାର ଷ୍ଟେସନର ଗୋଟିଏ ଏବଂ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ରର ଦୁଇଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । କମ୍ପାନୀର ବିଭିନ୍ନ ପ୍ରଡକ୍ଟ ଏହି ଗୋଦାମରେ ରଖାଯାଇଥିଲା । ସାମଗ୍ରୀଗୁଡ଼ିକ ଭିତରେ ଘିଅ ମଧ୍ୟ ରହିଛି । ତେଣୁ ନିଆଁ ଲିଭାଇବା ପାଇଁ ଅଧିକ ସମୟ ଲାଗୁଛି ।

Leave a Reply

Your email address will not be published. Required fields are marked *