କୁଳପତିଙ୍କ ଅଫିସ୍ ଆଗରେ କଳା ବ୍ୟାଜ୍ ପିନ୍ଧି ଧାରଣା
ସମୂହ ଛୁଟିରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା। ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା) ପକ୍ଷରୁ ସମୂହ ପ୍ରତିବାଦ କରାଯାଉଛି। କୁଳପତିଙ୍କ ଅଫିସ୍ ଆଗରେ କଳା ବ୍ୟାଜ୍ ପିନ୍ଧି ଧାରଣା ସହ ବିକ୍ଷୋଭ କରୁଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା। ରାଜନୈତିକ ଚାପରୁ ରେଭେନ୍ସା କ୍ୟାମ୍ପସ୍ କୁ ଦୂରେଇ ରଖିବା ଏବଂ ରେଭେନ୍ସା କ୍ୟାମ୍ପସ୍ ରେ ସମ୍ମାନର ସହ କାର୍ଯ୍ୟ କରିବାକୁ ସୁଯୋଗ ଦାବି ହୋଇଛି। ରେଭେନ୍ସା କର୍ତ୍ତୃପକ୍ଷ ଦାବିକୁ ଅଣଦେଖା କରି ନୀରବ ରହୁଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ସଂଘ।
